ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇପଶ୍ଚିମ ଓଡିଶାରେ ନୂଆଁଖାଇ ପାଇଁ ସବୁଠି ମହକି ଉଠୁଛି ପିଠାପଣାର ବାସ୍ନା । ନୂଆଁଖାଇ ଏକ କୃଷି ଭିତ୍ତିକ ପର୍ବ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ । ଏଥିସହ ନୂଆଁଖାଇ ଏକ ଭାଇଚାରାର ପର୍ବ ହୋଇଥିବାରୁ ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଶୁଭେଛା ଜଣାଇଥାନ୍ତି । ତେଣୁ ଏହି ପର୍ବ ଅନ୍ୟ ସବୁ ପର୍ବରୁ ନିଆରା ହୋଇଥାଏ ।
#advanceda2zsolutionpvtltd #Odisha #westernodisha #Nuakhai #nuankhai #MaaSamalei #Samaleswari













