ଶେଷଦେବ ଏହି ମୂର୍ତ୍ତୀଟି ଅନନ୍ତ ଏବଂ ବାସୁଦେବଙ୍କର ଏକ ସଂଯୁକ୍ତ ମୂର୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଯାହଙ୍କ ସହାୟତରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ । କୈଳାସ ସଦୃଶ ତୁଙ୍ଗ ସମଳଜ୍ଜ୍ବଳ କୁଣ୍ଡଳ ( ଆଦିପଦ୍ମ ଓ ପଦ୍ମାକ୍ଷ ) ଧାରି ଧବଳ ମୂର୍ତ୍ତି । 'ପ୍ରତିମାଲକ୍ଷଣ' ଗ୍ରନ୍ଥ ଅନୁସାରେ ସେ ବାସୁଦେବଙ୍କ ସଦୃଶ ହେଲେ ତାଙ୍କ ହସ୍ତରେ ଶଙ୍ଖଚକ୍ର ସହି ମୂଷଳ ଓ ଲଙ୍ଗଳ ଶୋଭା ପାଈବ।













