କାନପୁର ଖବର ପ୍ରସାରଣ ପରେ ନଳ କୂପ ତୁରନ୍ତ ମରାମତି ହେଲା। ନରସିଂପୁର ସ୍ଥାନୀୟ ସିଆରିଆ ବିଶ୍ଵନାଥପୁର ଗ୍ରାମରେ ଏକମାତ୍ର ନଳକୂପ ଟି ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିଲେ।ଖରାଦିନେ ଲୋକମାନେ ପାଣି ପାଇଁ ଡହକ ବିକଳ ହେଉଥିଲେ।ବିଭାଗୀୟ କତ୍ତୃପକ୍ଷ ଙ୍କୁ ବାରମ୍ବାର ଜଣେଇ ଆସୁଥିଲେ ସୁଦ୍ଧା କେହି ଏଭଳି ସ୍ପର୍ଶକତାର କଥାକୁ କର୍ଣ୍ଣପାତ କରୁ ନଥିଲେ।କାନପୁର ଖବର ଏବଂ ସମାଜ ପ୍ରଗତିବାଦୀ ଇତ୍ୟାଦି ବିଭିନ୍ନ ଖବର କାଗଜ ରେ ଏ ସମସ୍ୟା ଉପସ୍ଥାପନ ହେଲା ପରେ ବ୍ଲକ ପ୍ରଶାସନ ତତ୍ପର ହେଲା ଏବଂ ଚବିଶ ଘଣ୍ଟା ଭିତରେ ନଳକୂପ ମରାମତି ହୋଇପାରିଲା। ଏତେ ବଡ଼ ସମସ୍ୟା ତୁରନ୍ତ ସମାଧାନ ହୋଇପାରିଥିବାରୁ କାନପୁର ଖବର, ଗଣ ମାଧ୍ୟମ ପ୍ରତିନିଧି ଓ ପ୍ରଶାସନ ତରଫରୁ କାର୍ଯ୍ୟରତ କର୍ମଚ଼ାରୀମାନଙ୍କୁ ବିଶ୍ଵନାଥପୁର ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି। ନରସିଂହପୁରରୁ ଶାନ୍ତନୁ କୁମାର ଗାଣଙ୍କ ରିପୋର୍ଟ,କାନପୁର ଖବର | #SIARIA #Narasinghpur #Watersollution #GovtOfOdisha (at Kanpur, Orissa, India) https://www.instagram.com/p/CPIkvMCrQFm/?utm_medium=tumblr
















