ନରସିଂହପୁର ଆଜି ସକାଳ ବେଳା ସିଆରିଆ ବିଶ୍ଵନାଥପୁର ଗାଁଆ କଲ୍ୟାଣ ସମିତି ଅନୁକୂଲ୍ୟ ରେ କୋରୋନା ସଂକ୍ରମଣ ର ବିଭୀଷିକା ସହିତ ଗ୍ରାମାଞ୍ଚଳ ର ସଂକ୍ରମଣ ହାର ବଢ଼ୁଥିବାରୁ ବିଶ୍ଵନାଥପୁର ରେ କୋରୋନା ଭ୍ରାମ୍ୟମଣ ଶିବିର ଅନୁଷ୍ଠିତ ହୋଇଥିଲା। ସମସ୍ତେ କିପରି ସାମାଜିକ ଦୂରତ୍ୱ ବଜାୟ ରଖି ବା ସହିତ ଛକ ଜାଗାରେ ଭିଡ଼ କରିବେନି ମାକ୍ସ ପରିଧାନ କରିବା ସହିତ ହାତକୁ ପ୍ରାୟତଃ ସାବୁନ ରେ ଧୋଇ ପରିଷ୍କାର ରଖିବେ ସେ ସମସ୍ତ ବିଷୟରେ ସ୍ଥାନୀୟ ଅଙ୍ଗନବାଡି ଦିଦି ସ୍ୱାସ୍ଥ୍ୟ କର୍ମଚାରୀ ଲୋକ ମାନଙ୍କୁ ବୁଝାଇଥିଲେ।ଆଜିର କାର୍ଯ୍ୟ କ୍ରମ ରେ ଅଙ୍ଗନବାଡି କର୍ମୀ ରତ୍ନାଞ୍ଜଳି ସାହୁ ମଧୁମିତା ସାହୁ ସ୍ମିତା ମହାରଣା ଛବିଳେନ୍ଦ୍ର ରାଉଳ ନିର୍ମଳ କୁମାର ମାହୁନ୍ତ ମିନତୀ ମହାପାତ୍ର ଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ଲାଷ୍ମୀପ୍ରିୟା ରାଉତ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ମହାପାତ୍ର ବିଶ୍ବରଞ୍ଜନ ସାହୁ ଓ ବିଶ୍ଵନାଥପୁର ଗାଁଆ କଲ୍ୟାଣ ସମିତି ର ସଭାପତି ଶରତ ଚନ୍ଦ୍ର ରାଉଳ ଯୋଗଦେଇଥିଲେ। ନରସିଂପୁର ରୁ ଶାନ୍ତନୁ କୁମାର ଗାଣ ଙ୍କ ରିପୋର୍ଟ କାନପୁର ଖବର। #coronaawareness #Siaria #kanpur (at Kanpur, Orissa, India) https://www.instagram.com/p/CPklkaWrTkO/?utm_medium=tumblr















