ଫେରୁଛି ଶ୍ରାବଣ...... ''ଝୁରୁଛି ଫଗୁଣ ଫେରୁଛି ଶ୍ରାବଣ ଝରା ପତ୍ରେ ତୁମ ସୁର ମହୁଲି ପରଷେ ଘାଟ କଦମ୍ବଟା ଉଙ୍କି ମାରେ ବିରହର'' ଲୁହ ଦରିଆରେ ଜୁଆର ଉଠିଛି ଛାତିରେ କୋହର ଝଡ଼ ସବୁଅଛି କିଛି ନାହିଁର ଭିତରେ ଅତୀତ ସ୍ମୃତିର ଭିଡ, ଜୀବନ ଖୋଜୁଛି ବଞ୍ଚିବାର ସ୍ୱାଦ ଆୟୁଷେ ଜହର ପିଇ ଛାତିକୁ ଛୁଇଁଛି ଅଜଣା ତାତିଟା ହଜାରେ ରାତିକୁ ନେଇ, ଅଦେଖା ସପନେ ପଲକ ଭରା ମୋ ଭାବନା ଖେଳୁଛି ହୋଲି ମନ ମଧୁଶାଳେ ଗହଳ ଚହଳ ହେଲେ ... ପିଆଲା ପଡିଛି ଖାଲି।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର,କାକଟପୁର, ପୁରୀ #yqbhaina #belabhumi #lovequotes #odiawritings #didiquote #romantic Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/Chg6fWpPJhS/?igshid=NGJjMDIxMWI=









