ବ୍ଲାକମେଲ କରିବା ଅଭିଯୋଗ ରେ ସାମ୍ବାଦିକା ଗିରଫ; ୱେବ ଚ୍ୟାନେଲ ମୁଖ୍ୟ ଫେରାର
ଅଗଷ୍ଟ ୨୮ ତାରିଖ ୨ଜଣ ବ୍ୟବସାୟୀଙ୍କୁ ଅପହରଣ କରି ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ଟଙ୍କା ମାଗିବା ଘଟଣାରେ ସାମ୍ବାଦିକାଙ୍କ ସମେତ ୪ ଜଣ ସହଯୋଗୀ ଗିରଫ ହେଇଛନ୍ତି I ନନ୍ଦନକାନନ ଥାନା ଅନ୍ତଗର୍ତ ରଘୁନାଥପୁର ଗ୍ରମରେ ଥିବା ମାରୁତି ରେସିଡେନ୍ସି ରେ ଏକ ଘରଭଡା ନେଇ ଲାଇଭ କଳିଙ୍ଗ ନାମକ ଏକ ୱେବ୍ ଚ୍ୟାନେଲ ଖୋଲିଥିଲେ ରଘୁନାଥ ସାହୁ ଓରଫ ରାଜ୍ I ସେ ସେହି ଚ୍ୟାନେଲ ର ମୁଖ୍ୟ I ସେହି ଚ୍ୟାନେଲ ରେ କାର୍ଯ୍ୟକରୁଥିବା କର୍ମଚାରୀ ଓ ସାମ୍ବାଦିକା ବିଭିନ୍ନ ଲୋକଙ୍କୁ କଲ କରି ବ୍ଲାକମେଲ କରୁଥିବା ନେଇ ଅଭିଯୋଗ ହୁଏ I ଆଉ ସେହି ବାହାନା ରେ ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହେଇଛି I କେନ୍ଦ୍ରାପଡା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କୁ ଗତ ୪ ତାରିଖରେ ସାମ୍ବାଦିକା ଜଣଙ୍କ କଲ କରି ସେ ଲାଇଭ କଳିଙ୍ଗ ର ସାମ୍ବାଦିକା ବୋଲି ପରିଚୟ ଦେଇଥିଲେ I ତାଙ୍କ ବ୍ୟବସାୟ ରେ ଅନେକ କିଛି ଘୋଟଲା ଥିବା କଥା କହି, ଶୀଘ୍ର ଆସି ଅଫିସ ରେ ଦେଖା କରିବାକୁ କହିଥିଲେ ବୋଲି କହିଛନ୍ତି ପୂର୍ଣଚନ୍ଦ୍ର I ପୂର୍ଣ୍ଣଚନ୍ଦ୍ର ଓ କଲିକତାରେ ରହୁଥିବା ତାଙ୍କର ବନ୍ଧୁ ମିଶି ଗତ ୧୫ ତାରିଖରେ ତାଙ୍କ ଅଫିସ ଯାଇ ସଂସ୍ଥାର ମୁଖ୍ୟ ରାଜ୍କୁ ଦେଖାକରିଥିଲେ । ଅଭିଯୋଗ ଅନୁଯାଇ, ସେମାନଙ୍କ ଠାରୁ ରାଜ୍ ଓ ତାଙ୍କ ସହଯୋଗୀମାନେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାପରେ ଦୁଇ ଦିନ ଏକ ଘରେ ବନ୍ଦ ରଖି ଟଙ୍କା ପାଇଁ ଦୁଇ ବ୍ୟବସାୟୀଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ମାଡମାରିବା ଓ ସିଗାରେଟ୍ ଚେଙ୍କ ମଧ୍ୟ ଦେଇଥିଲେ । ପରିବାର ଲୋକ ୫୦ହଜାର ଟଙ୍କା ଦେବା ପରେ ସେମାନଙ୍କୁ ଛାଡିଦେଇଥିଲେ । ଏନେଇ ପୂର୍ଣ୍ଣଚନ୍ଦ୍ର ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରାଗଲା i ଶୁକ୍ରବାର ରାତିରେ ଏସିପି ପ୍ରକାସ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଚନ୍ଦ୍ରଶେଖର ପୁର ଥାନା , ଇଫୋସିଟ୍ , ଚନ୍ଦକା ଓ ନନ୍ଦନକାନନ ଥାନା ପୋଲିସ ଉକ୍ତ ୱେବ୍ ଚ୍ୟାନେଲ କାର୍ଯ୍ୟାଳୟକୁ ମିଳିତ ଚଢାଉ କରିଥିଲେ । ଚଢାଉ ସମୟରେ ଚ୍ୟାନେଲ୍ର ମୁଖ୍ୟ ରାଜ ଘର ପଛପଟ ଦେଇ ଖସିଯାଇଥିବା ବେଳେ ସାମ୍ବାଦିକା,ମହିଳା ସିକୁରିଟି ଗାର୍ଡ ସହ ଅନ୍ୟମାନେ ପୋଲିସ ହାତରେ ଧରାପଡିଥିଲେ । ତେବେ ପୋଲିସ କାର୍ଯ୍ୟାଳୟକୁ ସିଲ୍ କରିବା ସହିତ ଗୋଟିଏ ବନ୍ଧୁକ , କମ୍ପୁଟର , ଟିଭି , କ୍ୟାମେରା , ଟଙ୍କା ଗଣା ମେସିନ୍ , ଇତ୍ୟାଦି ଜବତ କରି ଶନିବାର ଦିନ ୫ଜଣ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛନ୍ତି I ନନ୍ଦନକାନନ ଥାନାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । Read the full article















