ଶେଷ ପଟ ରୁଟି ଦେଇ ଭୋକ ନଥିବାର ବାହାନା, ଲମ୍ବା ସ୍ୱପ୍ନଗୁଡା କାଳେ ଅଧା ରହିଯିବ, କୋମଳ ହାତରେ ମୁଣ୍ଡ ଆଉଁସି ଦେଉ ଦେଉ ତା କ୍ଲାନ୍ତ ଆଖି ଢୁଳେଇ ପଡେ, ହେଲେ, ସେ କୁହେ ବାହାନା l ସବୁ ଅଳି ପୂରା କରୁ କରୁ ସେ ତା ସ୍ୱପ୍ନକୁ ବଳି ଦେଇଦିଏ, ଲୁଚି ଲୁଚି ପଣତରେ ଲୁହ ପୋଛୁ ପୋଛୁ, ଯଦି କିଏ ପ୍ରଶ୍ନ କରିଦିଏ, ସେ ଖଞ୍ଜିଦିଏ ଗୋଟିଏ ବାହାନା l ସଭିଙ୍କୁ ତୃପ୍ତ କରିବାକୁ, ଶାନ୍ତି ଦେବାର ପ୍ରୟାସରେ, ଆପଣା ଖୁସିର ସଂଜ୍ଞାକୁ ବି ସେ ପାସୋରି ଦିଏ, ସଭିଙ୍କ ହସରେ ହସି ସେ କରେ, ହସିବାର ବାହାନା l ଜୀବନକୁ ଅନ୍ୟମାନଙ୍କ ନାମରେ ଲେଖି ଦେଇ, ସେ କରେ ବଞ୍ଚିବାର ବାହାନା l ବେଳେ ବେଳେ ସେ ବି ଉତ୍ତର ଚାହେଁ, ହେଲେ ପ୍ରତି ପ୍ରଶ୍ନରେ ପାଏ, ମା' ହେବା ନୁହେଁ ଗୋଟିଏ ବାହାନା l ସେଥି ପାଇଁ ବୋଧେ, ସାରା ପରିବାରର ଓଜନିଆ ଭାରକୁ ଏତେ ସହଜରେ ସେ ମୁଣ୍ଡେଇ ଚାଲେ l ଥକିପଡ଼ିଲେ ବି କରେନି କେବେ, ଢ଼ଳି ପଡ଼ିବାର ବାହାନା l ___________________________________________ ©Dharitri Panigrahi ଲେଖନ୍ତୁ ଏଇ ଅତି ପରିଚିତ ଶବ୍ଦରେ କିଛି କଥା। #ବାହାନା #collab #yqbhaina #yqodia #munodia #YourQuoteAndMine Collaborating with YourQuote Bhaina Collaborating with Dharitri Panigrahi ବାହାନା ରେ ଯେତେ ରାତି ସତିଗଲା ଯାତନା ରେ ଗଲା ଦିନ ଖୋଲି କୁହ ଥରେ ଏ କେଉଁ ତୁମର ମୋ ପାଇଁ ବାସ୍ତବ ଦାନ ? ଜାଣେ ମୁଁ ତୁମର କେହି ନୁହେଁ ହେଲେ କେଉଁ ଜନ୍ମେ ଥିବି କିଛି ଛାତି ପରେ ଥରେ ହାତ ରଖି କୁହ ଏ ସବୁ ଟା ମିଛି ମିଛି ।।ବେଳାଭୂମି #belabhumi Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/B7l1xOyJE5H/?igshid=178k4ilzvwzjz